ଯିରିମୀୟଙ୍କ ବିଳାପ
ଲେଖକ
ବିଳାପ ପୁସ୍ତକର ଲେଖକଙ୍କର ନାମ ଉଲ୍ଲେଖ ହୋଇ ନାହିଁ, ଉଭୟ ଯିହୁଦୀ ଏବଂ ଖ୍ରୀଷ୍ଟିୟାନମାନଙ୍କର ପରମ୍ପରା ଯିରିମୀୟଙ୍କୁ ଲେଖକ ବୋଲି ବିଶ୍ୱାସ କରନ୍ତି। ପୁସ୍ତକର ଲେଖକ ଯିରୂଶାଲମ ବିନାଶର ପରିଣାମର ପ୍ରତ୍ୟକ୍ଷଦର୍ଶୀ ଅଟନ୍ତି। ଏହା ପ୍ରତୀତ ହୁଏ ଯେ ସେ ଆକ୍ରମଣକ ନିଜେ ଦେଖିଥିଲେ (ବିଳା. 1:13-15)। ଯିରିମୀୟ ଉଭୟ ଘଟଣାଗୁଡ଼ିକରେ ଉପସ୍ଥିତ ଥିଲେ। ଯିହୁଦା ପରମେଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କରି ତାହାଙ୍କ ନିୟମକୁ ଭାଙ୍ଗିଲା। ପରମେଶ୍ୱର ଆପଣା ଲୋକମାନଙ୍କୁ ଅନୁଶାସନ କରିବା ନିମନ୍ତେ ବାବିଲୀୟମାନଙ୍କୁ ତାହାଙ୍କର ସୈନିକ ଭାବରେ ବ୍ୟବହାର କରିଥିଲେ। ପୁସ୍ତକରେ ଗଭୀର ଯନ୍ତ୍ରଣା ବର୍ଣ୍ଣନା କରିବା ସତ୍ତ୍ୱେ ଅଧ୍ୟାୟ ତିନି ଆଶାର ଏକ ପ୍ରତିଜ୍ଞାକୁ ପ୍ରଦାନ କରେ। ପରମେଶ୍ୱରଙ୍କ ଉତ୍ତମତାକୁ ଯିରିମୀୟ ସ୍ମରଣ କରନ୍ତି। ସେ ପରମେଶ୍ୱରଙ୍କ ବିଶ୍ଵସ୍ତତାର ସତ୍ୟ ଦ୍ଵାରା ସେମାନଙ୍କୁ ସାନ୍ତ୍ୱନା ଦେଇ ପାଠକମାନଙ୍କୁ ପରମେଶ୍ୱରଙ୍କ କରୁଣା ଏବଂ ଅସରନ୍ତି ପ୍ରେମ ବିଷୟରେ କୁହନ୍ତି।
ସମୟ ଓ ସ୍ଥାନ
ପ୍ରାୟ 586-584 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।
ବାବିଲୀୟମାନେ ଯିରୂଶାଲମ ନଗରକୁ ଅବରୋଧ କରି ବିନାଶ କଲା ପରେ ସେଠିକାର ଦୁର୍ଦ୍ଦଶାର ଏକ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ଭବିଷ୍ୟଦ୍‍ବକ୍ତା ଯିରିମୀୟ ଦିଅନ୍ତି।
ପ୍ରାପକ
ନିର୍ବାସନରେ ଜୀବିତ ଏବ୍ରୀୟମାନେ ଯିଏ ଇସ୍ରାଏଲକୁ ଫେରି ଆସିଥିଲେ ଏବଂ ବାଇବଲର ସମସ୍ତ ପାଠକମାନେ।
ଉଦ୍ଦେଶ୍ୟ
ଉଭୟ ଜାତୀୟ ଏବଂ ବ୍ୟକ୍ତିଗତ ସ୍ତରରେ ପାପର ପରିଣାମ ଥାଏ, ପରମେଶ୍ୱର ନିଜ ଲୋକମାନଙ୍କୁ ଫେରେଇ ଆଣିବା ନିମନ୍ତେ ପରିସ୍ଥିତିକୁ ଆପଣା ସାଧନ ଭାବରେ ବ୍ୟବହାର କରନ୍ତି। କେବଳ ପରମେଶ୍ୱରଙ୍କଠାରେ ଆଶା ଥାଏ, ଯେପରି ନିର୍ବାସନରେ ପରମେଶ୍ୱର ଯିହୁଦୀ ଲୋକମାନଙ୍କର ଏକ ଅବଶିଷ୍ଟକୁ ବଞ୍ଚାଇଲେ, ସେପରି ସେ ତାହାଙ୍କ ପୁତ୍ର ଯୀଶୁଙ୍କଠାରେ ଏକ ତ୍ରାଣକର୍ତ୍ତା ପ୍ରେରଣ କଲେ। ପାପ ଅନନ୍ତକାଳୀନ ମୃତ୍ୟୁ ଆଣିଥାଏ, କିନ୍ତୁ ତଥାପି ପରମେଶ୍ୱର ଉଦ୍ଧାରର ତାହାଙ୍କ ଯୋଜନା ଦ୍ଵାରା ଅନନ୍ତ ଜୀବନ ଦିଅନ୍ତି। ବିଳାପ ପୁସ୍ତକ ଏହା ସ୍ପଷ୍ଟ କରେ ଯେ ପାପ ଓ ବିଦ୍ରୋହାଚରଣ ପରମେଶ୍ୱରଙ୍କ (1:8-9; 4:13; 5:16)।
ବିଷୟବସ୍ତୁ
ବିଳାପ
ରୂପରେଖା
1. ଯିରିମୀୟ ଯିରୂଶାଲମ ନିମନ୍ତେ ଦୁଃଖ ଅନୁଭବ କରନ୍ତି — 1:1-22
2. ପାପ ପରମେଶ୍ୱରଙ୍କ କ୍ରୋଧ ଆଣିଥାଏ — 2:1-22
3. ପରମେଶ୍ୱର ନିଜ ଲୋକମାନଙ୍କୁ ପରିତ୍ୟାଗ କରନ୍ତି ନାହିଁ — 3:1-66
4. ଯିରୂଶାଲମର ଗୌରବ ବିଚ୍ଛିନ୍ନ — 4:1-22
5. ଯିରିମୀୟ ଲୋକମାନଙ୍କ ନିମନ୍ତେ ମଧ୍ୟସ୍ଥତା କରନ୍ତି — 5:1-22