ଏଷ୍ଟର ବିବରଣ
ଲେଖକ
ଏଷ୍ଟର ପୁସ୍ତକର ଅଜ୍ଞାତ ଲେଖକ, ସମ୍ଭବତଃ, ଏକ ଯିହୁଦୀ ଥିଲେ, ଯିଏ ରାଜକୀୟ ପାରସ୍ୟ ସଭ୍ୟତା ସହ ସୁପରିଚିତ ଥିଲେ। ଜୀବନ ଏବଂ ଐତିହ୍ୟର ସବିଶେଷ ବର୍ଣ୍ଣନାଗୁଡ଼ିକ, ଏବଂ ଏହି ପୁସ୍ତକରେ ଘଟିଥିବା ଘଟଣାଗୁଡ଼ିକ ଏକ ପ୍ରତ୍ୟକ୍ଷଦର୍ଶୀ ଲେଖକଙ୍କୁ ସୂଚାଏ। ବାଇବଲର ବିଦ୍ଵାନମାନେ ବିଶ୍ୱାସ କରନ୍ତି ଯେ ଲେଖକ ଜଣେ ଯିହୁଦୀ ଥିଲେ, ସେ ଅବଶିଷ୍ଟ ଲୋକେ, ଯେଉଁମାନେ ଯିରୁବ୍ବାବିଲ୍ ଅଧୀନରେ ଯିହୁଦାକୁ ଫେରିଥିଲେ ସେମାନଙ୍କ ପାଇଁ ଲେଖୁଥିଲେ। କିଛି ପ୍ରସ୍ତାବ ଦିଅନ୍ତି ଜଯେ ମର୍ଦ୍ଦଖୟ ନିଜେ ଲେଖକ ଅଟନ୍ତି। ଯଦିଓ, ତାହାଙ୍କ ନିମନ୍ତେ ପାଠରେ ପ୍ରାପ୍ତ ପ୍ରଶଂସାଗୁଡ଼ିକ, ପ୍ରସ୍ତାବ ଦିଏ ଯେ ଅନ୍ୟ ଏକ ବ୍ୟକ୍ତି, ସମ୍ଭବତଃ, ତାହାଙ୍କର ସମକାଳିକ ଯୁବାମାନଙ୍କ ମଧ୍ୟରେ କେହି ଜଣେ ଲେଖକ ଥିଲେ।
ସମୟ ଓ ସ୍ଥାନ
ପ୍ରାୟ 464-331 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।
ପାରସ୍ୟର ରାଜା ପ୍ରଥମ ଅର୍ତ୍ତକ୍ଷସ୍ତ ରାଜତ୍ୱ ସହ ଏହି ପୁସ୍ତକ ଆରମ୍ଭ ହୁଏ, ମୁଖ୍ୟତଃ, ସୁସା, ପାରସ୍ୟ ସାମ୍ରାଜ୍ୟର ରାଜଧାନୀ ରାଜାଙ୍କ ରାଜପ୍ରସାଦରେ।
ପ୍ରାପକ
ପୂର ପର୍ବର ଉତ୍ପତ୍ତିକୁ ଲିପିବଦ୍ଧ କରିବା ନିମନ୍ତେ, ଏଷ୍ଟର ପୁସ୍ତକ ଯିହୁଦୀ ଲୋକମାନଙ୍କୁ ଲେଖାଯାଇଥିଲା। ଏହି ବାର୍ଷିକ ପର୍ବ ଯିହୁଦୀ ଲୋକମାନଙ୍କୁ ପରମେଶ୍ୱରଙ୍କ ଉଦ୍ଧାର ସ୍ମରଣ କରାଏ, ଯେପରି ସେ ମିସରରୁ ସେମାନଙ୍କୁ ଦାସତ୍ଵ ଅବସ୍ଥାରୁ ଉଦ୍ଧାର କରିଥିଲେ।
ଉଦ୍ଦେଶ୍ୟ
ଏହି ପୁସ୍ତକର ଉଦ୍ଦେଶ୍ୟ ମନୁଷ୍ୟର ଇଚ୍ଛାରେ ପରମେଶ୍ୱରଙ୍କ ହସ୍ତକ୍ଷେପ କରିବା, ଜାତିଗତ ପକ୍ଷପାତ ଉପରେ ତାହାଙ୍କ ଘୃଣା ଏବଂ ବିପଦ ସମୟରେ ସହାୟତା ପାଇଁ ଜ୍ଞାନ ଦେବାକୁ ତାହାଙ୍କ କ୍ଷମତା ପ୍ରକାଶ କରିବା ଅଟେ। ପରମେଶ୍ୱରଙ୍କ ଉପସ୍ଥିତି ତାହାଙ୍କର ଲୋକମାନଙ୍କର ଜୀବନରେ କାର୍ଯ୍ୟ କରେ। ସେ ପରିସ୍ଥିତିଗୁଡ଼ିକୁ ଏଷ୍ଟରଙ୍କ ଜୀବନରେ ସେହିପରି, ବ୍ୟବହାର କଲେ ଯେପରି ସେ ଆପଣା ଐଶ୍ଵରିକ ଉଦ୍ଦେଶ୍ୟ ଏବଂ ଯୋଜନାଗୁଡ଼ିକୁ ସଫଳ କରିବା ନିମନ୍ତେ, ସମସ୍ତ ମନୁଷ୍ୟର ନିଷ୍ପତ୍ତି ଏବଂ କାର୍ଯ୍ୟଗୁଡ଼ିକୁ ବ୍ୟବହାର କରନ୍ତି। ଏଷ୍ଟର ପୁସ୍ତକ ପୂର ପର୍ବର ସ୍ଥାପନ ବିଷୟରେ ଲିପିବଦ୍ଧ କରେ ଏବଂ ଯିହୁଦୀମାନେ ଆଜି ମଧ୍ୟ ପୂର ପର୍ବରେ ଏଷ୍ଟର ପୁସ୍ତକକୁ ପାଠ କରନ୍ତି।
ବିଷୟବସ୍ତୁ
ସଂରକ୍ଷଣ
ରୂପରେଖା
1. ଏଷ୍ଟର ରାଣୀ ହୁଅନ୍ତି — 1:1-2:23
2. ପରମେଶ୍ୱରଙ୍କ ଯିହୁଦୀମାନଙ୍କ ପ୍ରତି ବିପଦ — 3:1-15
3. ଏଷ୍ଟର ଏବଂ ମର୍ଦ୍ଦଖୟଙ୍କର କାର୍ଯ୍ୟ — 4:1-5:14
4. ଯିହୁଦୀମାନଙ୍କର ଉଦ୍ଧାର — 6:1-10:3