ଦାଉଦଙ୍କ ବଂଶଧର
3
ଦାଉଦଙ୍କର ଏହି ପୁତ୍ରମାନେ ହିବ୍ରୋଣରେ ଜାତ ହୋଇଥିଲେ;
ଜ୍ୟେଷ୍ଠ ପୁତ୍ର ଅମ୍ନୋନ, ସେ ଯିଷ୍ରିୟେଲୀୟା ଅହୀନୋୟମ୍ଠାରୁ ଜାତ;
ଦ୍ୱିତୀୟ ଦାନିୟେଲ, ସେ କର୍ମିଲୀୟା ଅବୀଗଲଠାରୁ ଜାତ;
2 ତୃତୀୟ ଅବଶାଲୋମ, ସେ ଗଶୂରର ରାଜା ତଲ୍ମୟର କନ୍ୟା ମାଖାର ପୁତ୍ର;
ଚତୁର୍ଥ ଅଦୋନୀୟ, ସେ ହଗୀତର ପୁତ୍ର;
3 ପଞ୍ଚମ ଶଫଟୀୟ, ସେ ଅବିଟଲଠାରୁ ଜାତ;
ଷଷ୍ଠ ଯିତ୍ରୀୟମ, ସେ ଦାଉଦଙ୍କର ଭାର୍ଯ୍ୟା ଇଗ୍ଲାଠାରୁ ଜାତ।
4 ହିବ୍ରୋଣରେ ଦାଉଦଙ୍କର ଛଅ ପୁତ୍ର ଜାତ ହେଲେ ଓ ସେଠାରେ ସେ ସାତ ବର୍ଷ ଛଅ ମାସ ରାଜ୍ୟ କଲେ; ପୁଣି, ସେ ଯିରୂଶାଲମରେ ତେତିଶ ବର୍ଷ ରାଜ୍ୟ କଲେ।
5 ଯିରୂଶାଲମରେ ତାଙ୍କର ଏହି ପୁତ୍ରମାନେ ଜାତ ହୋଇଥିଲେ, ଯଥା, ଶିମୀୟ, ଶୋବବ୍, ନାଥନ ଓ ଶଲୋମନ, ଏହି ଚାରି ଜଣ ଅମ୍ମୀୟେଲର କନ୍ୟା ବତ୍ଶୂୟାଠାରୁ ଜାତ;
6 ଆହୁରି
ୟିଭର ଓ ଇଲୀଶାମା ଓ ଇଲୀଫେଲଟ୍;
7 ନୋଗହ ଓ ନେଫଗ୍ ଓ ଯାଫୀୟ;
8 ଇଲୀଶାମା ଓ ଇଲୀୟାଦା ଓ ଇଲୀଫେଲଟ୍, ଏହି ନଅ ଜଣ।
9 ଏସମସ୍ତେ ଦାଉଦଙ୍କର ପୁତ୍ର; ଏମାନେ ଉପପତ୍ନୀଗଣର ସନ୍ତାନମାନଙ୍କଠାରୁ ଭିନ୍ନ; ଆଉ ତାମର ଏମାନଙ୍କର ଭଗିନୀ ଥିଲା।
10 ପୁଣି, ଶଲୋମନଙ୍କର ପୁତ୍ର ରିହବୀୟାମ,
ତାଙ୍କର ପୁତ୍ର ଅବୀୟ,
ତାହାର ପୁତ୍ର ଆସା,
ତାହାର ପୁତ୍ର ଯିହୋଶାଫଟ୍;
11 ତାହାର ପୁତ୍ର ଯୋରାମ୍,
ତାହାର ପୁତ୍ର ଅହସୀୟ,
ତାହାର ପୁତ୍ର ଯୋୟାଶ୍;
12 ତାହାର ପୁତ୍ର ଅମତ୍ସୀୟ,
ତାହାର ପୁତ୍ର ଅସରୀୟ,
ତାହାର ପୁତ୍ର ଯୋଥମ୍;
13 ତାହାର ପୁତ୍ର ଆହସ୍,
ତାହାର ପୁତ୍ର ହିଜକୀୟ,
ତାହାର ପୁତ୍ର ମନଃଶି;
14 ତାହାର ପୁତ୍ର ଆମୋନ୍,
ତାହାର ପୁତ୍ର ଯୋଶୀୟ।
15 ଯୋଶୀୟର ପୁତ୍ରଗଣ, ଯଥା, ପ୍ରଥମଜାତ ଯୋହାନନ୍, ଦ୍ୱିତୀୟ ଯିହୋୟାକୀମ୍, ତୃତୀୟ ସିଦିକୀୟ, ଚତୁର୍ଥ ଶଲ୍ଲୁମ୍।
16 ପୁଣି, ଯିହୋୟାକୀମ୍ର ସନ୍ତାନଗଣ; ତାହାର ପୁତ୍ର ଯିକନୀୟ, ତାହାର ପୁତ୍ର ସିଦିକୀୟ।
17 ବନ୍ଦୀ ଯିକନୀୟର ସନ୍ତାନଗଣ;
18 ତାହାର ପୁତ୍ର ଶଲ୍ଟୀୟେଲ, ମଲ୍କୀରାମ୍, ପଦାୟ, ଶିନତ୍ସର, ଯିକମୀୟ, ହୋଶାମା ଓ ନଦବିୟ।
19 ପଦାୟର ପୁତ୍ର ଯିରୁବ୍ବାବିଲ୍ ଓ ଶିମୀୟି; ପୁଣି, ସରୁ ଯିରୁବ୍ବାବିଲ୍ର ସନ୍ତାନ ମଶୁଲ୍ଲମ୍ ଓ ହନାନୀୟ ଓ ଶଲୋମୀତ୍ ସେମାନଙ୍କର ଭଗିନୀ ଥିଲା।
20 ଆଉ ହଶୂବା, ଓହେଲ୍, ବେରିଖୀୟ, ହସଦୀୟ ଓ ଯୁଶବ-ହେଷଦ୍, ଏହି ପାଞ୍ଚ ଜଣ।
21 ଆଉ ହନାନୀୟର ସନ୍ତାନ ପ୍ଲଟୀୟ ଓ ଯିଶାୟାହ; ରଫାୟର ପୁତ୍ରଗଣ, ଅର୍ଣ୍ଣନର ପୁତ୍ରଗଣ, ଓବଦୀୟର ପୁତ୍ରଗଣ, ଶଖନୀୟର ପୁତ୍ରଗଣ।
22 ଶଖନୀୟର ପୁତ୍ରଗଣ; ଶମୟୀୟ; ଶମୟୀୟର ପୁତ୍ରଗଣ; ହଟୂଶ୍, ଯିଗାଲ, ବାରୀହ, ନିୟରୀୟ ଓ ଶାଫଟ୍, ଛଅ ଜଣ।
23 ନିୟରୀୟର ସନ୍ତାନ ଇଲୀୟୋଐନୟ, ହିଜକୀୟ ଓ ଅସ୍ରୀକାମ, ଏହି ତିନି ଜଣ।
24 ପୁଣି, ଇଲୀୟୋଐନୟର ପୁତ୍ର ହୋଦବୀୟ, ଇଲୀୟାଶୀବ, ପ୍ଲାୟ, ଅକ୍କୂବ, ଯୋହାନନ୍, ଦଲୟିୟ ଓ ଅନାନି, ଏହି ସାତ ଜଣ।