ଯାତ୍ରା ପୁସ୍ତକ
ଲେଖକ
ପାରମ୍ପାରିକ ଭାବରେ ମୋଶାଙ୍କୁ ଲେଖକ ଭାବରେ ବିଶ୍ୱାସ କରାଯାଏ। ମୋଶାଙ୍କୁ ଏହି ପୁସ୍ତକର ଅଲୌକିକ ଅନୁପ୍ରେରିତ ଲେଖକ ଭାବରେ ବିନା ସନ୍ଦେହରେ ଗ୍ରହଣ କରିବାକୁ ଦୁଇଟି ସୁବିବେଚିତ କାରଣ ରହିଅଛି। ପ୍ରଥମତଃ, ଯାତ୍ରା ପୁସ୍ତକ ମୋଶାଙ୍କ ଲେଖିବା ଶୈଳୀକୁ ପ୍ରକାଶ କରେ। ଯାତ୍ରା ପୁସ୍ତକ 34:27 ରେ ସଦାପ୍ରଭୁ ମୋଶାଙ୍କୁ ଆଜ୍ଞା ଦିଅନ୍ତି, “ଏହିସବୁ ବାକ୍ୟ ଲେଖ।” ଅନ୍ୟ ପଦରେ ଏହିପରି ଲେଖାଯାଏ ଯେ ସଦାପ୍ରଭୁଙ୍କର ଆଜ୍ଞାକାରିତାରେ “ମୋଶା ସଦାପ୍ରଭୁଙ୍କର ସମସ୍ତ ବାକ୍ୟ ଲେଖିଲେ” (24:4)। ଏହା ସତ ବୋଲି ଧରି ନେବା ନିମନ୍ତେ ନ୍ୟାୟସଙ୍ଗତ ଅଟେ ଯେହେତୁ ଏହି ପଦ ଗୁଡ଼ିକ ଯାତ୍ରା ପୁସ୍ତକରେ ମୋଶାଙ୍କ ଲେଖିବା ଶୈଳୀକୁ ସୂଚାଏ। ଦ୍ୱିତୀୟରେ, ଯାତ୍ରା ପୁସ୍ତକରେ ବର୍ଣ୍ଣିତ ଘଟଣାଗୁଡ଼ିକୁ ମୋଶା ଦେଖିଥିଲେ କିମ୍ବା ଅଂଶ ଗ୍ରହଣ କରିଥିଲେ। ସେ ଫାରୋଙ୍କ ଗୃହରେ ଶିକ୍ଷା ଲାଭ କରିଥିଲେ ଓ ଲେଖିବାକୁ ଯୋଗ୍ୟ ଥିଲେ।
ସମୟ ଓ ସ୍ଥାନ
ପ୍ରାୟ 1,446-1,405 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।
ଇସ୍ରାଏଲ ଲୋକମାନେ 40 ବର୍ଷ ପର୍ଯ୍ୟନ୍ତ ନିଜର ଅବିଶ୍ୱାସ ହେତୁ ମରୁପ୍ରାନ୍ତରରେ ସମୟ କାଟିଲେ। ସମ୍ଭବତଃ, ଏହି ସମୟରେ ପୁସ୍ତକଟି ଲେଖାଯାଇଅଛି।
ପ୍ରାପକ
ବନ୍ଦୀ ଅବସ୍ଥାରୁ ବାହାରି ଆସିଥିବା ପିଢ଼ି ଏହି ପୁସ୍ତକର ପ୍ରାପକ ହୋଇ ପାରନ୍ତି। ମୋଶା ଯାତ୍ରା ପୁସ୍ତକକୁ ସୀନୟ ଗୋଷ୍ଠୀ ନିମନ୍ତେ ଲେଖିଥିଲେ ଯେଉଁ ଗୋଷ୍ଠୀକୁ ସେ ମିସରରୁ କଢ଼ାଇ ଆଣିଥିଲେ (ଯାତ୍ରା 17:14; 24:4; 34:27-28)।
ଉଦ୍ଦେଶ୍ୟ
ଇସ୍ରାଏଲ ଲୋକମାନେ କିପରି ସଦାପ୍ରଭୁଙ୍କ ଲୋକ ହେଲେ ତାହା ଯାତ୍ରା ପୁସ୍ତକ ବିବରଣାତ୍ମକ ରୂପେ ବର୍ଣ୍ଣନା କରେ ଏବଂ ନିୟମ ସର୍ତ୍ତଗୁଡ଼ିକୁ ଉପସ୍ଥାପନ କରେ ଯାହା ଦ୍ୱାରା ସେମାନେ ପରମେଶ୍ୱରଙ୍କ ଲୋକ ହୋଇ ଜୀବନ ଯାପନ କରିବେ। ଯାତ୍ରା ପୁସ୍ତକ ବିଶ୍ୱସ୍ତ, ଶକ୍ତିଶାଳୀ ଓ ସୁରକ୍ଷାକାରୀ, ପବିତ୍ର ପରମେଶ୍ୱରଙ୍କର ଚରିତ୍ରକୁ ପରିଭାଷିତ କରେ ଯିଏ ଇସ୍ରାଏଲ ଲୋକଙ୍କ ସହିତ ଏକ ନିୟମ ସ୍ଥାପନ କରନ୍ତି। ପରମେଶ୍ୱରଙ୍କ ଚରିତ୍ର ଉଭୟ ପରମେଶ୍ୱରଙ୍କ ନାମ ଓ ପରମେଶ୍ୱରଙ୍କ କାର୍ଯ୍ୟରେ ପ୍ରକାଶିତ ଅଟେ। ଏହା ପରମେଶ୍ୱର ଅବ୍ରହାମଙ୍କ ବଂଶକୁ ମିସର ଦେଶରେ ବନ୍ଦୀ ଅବସ୍ଥାରୁ ଉଦ୍ଧାର କରି ଅବ୍ରହାମଙ୍କୁ କରିଥିବା ପ୍ରତିଜ୍ଞାକୁ (ଆଦି. 15:12-16) କିପରି ପୂରଣ କଲେ ତାହା ଦେଖାଏ। ଏହା ଏକ ପରିବାରର ଘଟଣା ଅଟେ ଯିଏ ଏକ ମନୋନୀତ ଦେଶ ହେଲା (ଯାତ୍ରା. 2:24; 6:5; 12:37)। ମିସରରୁ ପ୍ରତ୍ୟାଗମନ କରିଥିବା ଏବ୍ରୀୟମାନଙ୍କ ସଂଖ୍ୟା ପ୍ରାୟ 20 ରୁ 30 ଲକ୍ଷ ହୋଇପାରେ।
ବିଷୟବସ୍ତୁ
ଉଦ୍ଧାର
ରୂପରେଖା
1. ଭୂମିକା — 1:1-2:25
2. ମିସରରୁ ଇସ୍ରାଏଲ ଲୋକମାନଙ୍କର ଉଦ୍ଧାର — 3:1-18:27
3. ସୀନୟ ପର୍ବତରେ ନିୟମ ଦିଆଗଲା — 19:1-24:18
4. ପରମେଶ୍ୱରଙ୍କ ରାଜକୀୟ ତମ୍ବୁ — 25:1-31:18
5. ବିଦ୍ରୋହାଚରଣ ହେତୁ ପରମେଶ୍ୱରଙ୍କଠାରୁ ପ୍ରତ୍ୟାହାର — 32:1-34:35
6. ପରମେଶ୍ୱରଙ୍କ ରାଜକୀୟ ତମ୍ବୁର ସ୍ଥାପନ — 35:1-40:38